Saturday, November 3, 2012

A LOVE


ଅନୁପମାର ପ୍ରସ୍ତାବ ଚକିତ କରିଥିଲା ସୁବ୍ରତକୁ
ସୁବ୍ରତ ଅନୁପମା ଗୋଟିଏ ଆପାର୍ଟମେଣ୍ଟରେ ଅଲଗା ଅଲଗା ଫ୍ଲାଟରେ ରହୁଥିଲେଦୁହେଁ ଗୋଟିଏ କମ୍ପାନୀପାଇଁ କାମ କରୁଥିଲେତାଙ୍କର ଅଫିସ୍ସେମାନେ ରହୁଥିବା ଆପାର୍ଟମେଣ୍ଟଠାରୁ ତିରିଶ କିଲୋମିଟର ଦୂରପ୍ରତିଦିନ କମ୍ପାନୀର କାର୍ଆସି ସେ ଦୁଇଜଣ ବାଟରେ ରହୁଥିବା ଅନ୍ୟଜଣେ କର୍ମଚାରୀଙ୍କୁ ସକାଳେ ନେଇଯାଉଥିଲା ଏବଂ ସଞ୍ଜବେଳେ ଛାଡ଼ିଦେଉଥିଲା
ସେଦିନ ଅନୁପମାକୁ ସର୍ଦ୍ଦି ହୋଇଥିଲା ଏବଂ ଦେହରେ ସାମାନ୍ୟ ଜ୍ବର ମଧ୍ୟ ଥିଲାସେ ହୋମିଓପାଥିକ୍ଔଷଧ ଖାଉଥିଲାଅଫିସ୍ରେ ପର୍ସରୁ ହୋମିଓପାଥିକ୍ଔଷଧ ଖାଇବାକୁ ଶିଶି ବାହାର କଲାବେଳକୁ ନିଜ ଫ୍ଲାଟ୍ ଚାବି ମଧ୍ୟ ବାହାର କରିଦେଇଥିଲାଔଷଧ ଖାଇସାରି ଶିଶି ପର୍ସରେ ରଖିଦେଇଥିଲା; କିନ୍ତୁ ଭୁଲ୍ବଶତଃ ଚାବି ପର୍ସରେ ରଖି ଥିଲାଅନ୍ୟମନସ୍କତାରେ ଚାବି ଟେବୁଲ ଡ୍ରୟାର୍ରେ ରଖିଦେଇଥିଲା ଏବଂ ନିଜ ଫ୍ଲାଟକୁ ଫେରିଲାବେଳକୁ ଚାବି ଆଣିପାରି ଥିଲା
ନିଜ ଫ୍ଲାଟ୍ରେ ସୁବ୍ରତ ନିଜ ପ୍ୟାଣ୍ଟସାର୍ଟ ବଦଳେଇବାକୁ ଯାଉଥିଲାଅନୁପମା ଆସି କହିଲା, ମୁଁ ମୋର ଫ୍ଲାଟ୍ଚାବି ଅଫିସରେ ଛାଡ଼ିଦେଇ ଆସିଛିସୁବ୍ରତ ପଚାରିଲା, ଏବେ କରିବ ?
ଅଫିସରୁ ଫେରିଲା ପରେ ଦୁହେଁ କ୍ଲାନ୍ତ ଅନୁଭବ କରୁଥିଲେଅନୁପମାର ଯେହେତୁ ଦେହ ସାମାନ୍ୟ ଅସୁସ୍ଥ ଥିଲା, ଅସୁସ୍ଥତା ସହିତ ଦିନକର କାମରେ ସେ ବେଶି କ୍ଲାନ୍ତ ଅନୁଭବ କରୁଥିଲାଅବଶ୍ୟ ସଞ୍ଜବେଳକୁ ଦେହରେ ଜ୍ବର ଥିଲାଅଫିସ୍ଗାଡ଼ି ସେମାନଙ୍କୁ ଛାଡ଼ି ଚାଲିଯାଇଥିଲାଏବେ ତାଙ୍କ ଅଫିସ୍କୁ ଯାଇ ଚାବି ଆଣିବାକୁ ହେଲେ ଟାକ୍ସିରେ କିମ୍ବା ଅଟୋରେ ଯିବାକୁ ହେବସୁବ୍ରତ ଭାବୁଥିଲା, ଅନୁପମା ବୋଧହୁଏ ସେଥିପାଇଁ ଆସିଛି, ସାଙ୍ଗହୋଇ ଦୁହେଁ ଅଫିସ ଯିବେସୁବ୍ରତର ଯିବାକୁ ଧୈର୍ଯ୍ୟ ଥିଲା
ଅନୁପମା କରିବ ସ୍ଥିର କରିସାରିଥିଲାକହିଲା, ମୁଁ ଆଜି ରାତିକ ତୁମ ଫ୍ଲାଟ୍ରେ ରହିଗଲେ ତୁମର ଅସୁବିଧା ହେବ ?
ସୁବ୍ରତ ଏମିତି ଏକ ପ୍ରସ୍ତାବ ଆଶା କରୁ ନଥିଲା
ସୁବ୍ରତ ଏକା ଏକା ରହୁଥିଲାଅନୁପମା ଅବିବାହିତାଅନୁପମା କମ୍ପାନୀରେ ଯୋଗଦେବାର ଛଅମାସ ପରେ ସୁବ୍ରତ ଏହି କମ୍ପାନୀରେ ଯୋଗ ଦେଇଥିଲାକମ୍ପାନୀ କାର୍ରେ ଯିବାଆସିବା ସମୟରେ ଏବଂ କେତେବେଳ କେମିତି ପଦେଅଧେ କଥାବାର୍ତ୍ତାଯଦିଓ କମ୍ପାନୀର ଗୋଟିଏ ଅଫିସରେ ଦୁହେଁ କାମ କରୁଥିଲେ, କିନ୍ତୁ ଦୁହେଁ ଅଲଗା ଅଲଗା କୋଠରିରେ ବସୁଥିଲେସୁବ୍ରତର ଅଫିସ ରୁମ୍ପ୍ରଥମ ମହଲାରେ ଥିଲା ଏବଂ ଅନୁପମାର ତୃତୀୟ ମହଲାରେଅଫିସ ସମୟରେ ମଧ୍ୟ ଦୁହିଁଙ୍କ ଭିତରେ ବେଶି ଗପସପ କରିବାର ସୁଯୋଗ ଥିଲାଦୁହେଁ ଦୁହିଁଙ୍କ ବିଷୟରେ ବେଶି କିଛି ଜାଣି ଥିଲେ
ଅନୁପମା ଦୋହରେଇଲା, ଅସୁବିଧା ହେବ ? ଆପଣଙ୍କର ଦୁଇଟି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ୍‌, ଆପଣ ଏକା ରହୁଛନ୍ତି, ଗୋଟିଏ ବେଡ୍ରୁମ୍ରେ ଆପଣ, ଅନ୍ୟଟିରେ ମୁଁ ରହିଯିବି
ସୁବ୍ରତ ମନେ ମନେ ଅନୁପମାକୁ ତଉଲୁଥିଲାଏହି ବର୍ଷ ଭିତରେ ଦୁହେଁ ସାଙ୍ଗହୋଇ କାର୍ରେ ଯିବାଆସିବା କରୁଥିଲେଅନୁପମା ମାର୍ଜିତ, ରୁଚିସମ୍ପନ୍ନା ମନେହେଉଥିଲାସୁବ୍ରତ କହିପକେଇଲା, ଚଳିବଯଦି ଆପଣଙ୍କର କିଛି ଅସୁବିଧା ହୁଏ
ମୋର କିଛି ଅସୁବିଧା ହେବନିଏବେ କିଛି ଉପାୟ ନାହିଁ, ଅସୁବିଧା ହେଲେ ବି ଚେଳଇନେବିଅନୁପମା କହିଲା
ସୁବ୍ରତ ରାଜି ହୋଇଗଲା, ପରେ ଚିନ୍ତିତ ହୋଇପଡ଼ିଲା
ସୁବ୍ରତ ଅତ୍ୟନ୍ତ ଅଳସୁଆତାନିଜ ଘର ପରିଷ୍ମାର ପରିଚ୍ଛନ୍ନ ଥିଲାସେସବୁ ପ୍ରତି ତା ନିଘା ଥାଏଅଳ୍ପ ଜିନିଷ କିପରି ବେଶି ଜାଗା ମାଡ଼ିବସେ, ସେ କଳା ତାକୁ ଜଣାଥିଲାତା ପ୍ୟାଣ୍ଟ୍ସାର୍ଟ ଏଠି ସେଠି ପଡ଼ିଥିଲା, ବହିପତ୍ର ବି ସେମିତିସେ ଦୁଇଟିଯାକ ବେଡ୍ରୁମ୍ମଧ୍ୟ ବ୍ୟବହାର କରୁଥିଲାଗୋଟିଏ ବେଡ଼୍ରୁମ୍ରେ ତା ବହିପତ୍ର ପ୍ୟାଣ୍ଟ୍ସାର୍ଟ ଇତ୍ୟାଦି ଥିଲାଖଟ ଉପରେ ବହି, ମାଗାଜିନ୍ ଖବରକାଗଜସେ ବିଛଣାରେ ଶୋଇ, ଦୁଇଟି ତକିଆକୁ ଗୋଟିଏ ଉପରେ ଅନ୍ୟଟି ରଖି, ତାଉପରେ ମୁଣ୍ଡ ରଖି, ଉପରକୁ ଚାହିଁ ପଢ଼େପଢ଼ୁ ପଢ଼ୁ ନିଦ ଆସିଯାଏତେଣୁ ଖଟ ଉପରେ ସେସବୁ ପଡ଼ି ରହିଥାଏଅନ୍ୟ ବେଡ଼୍ରୁମ୍କୁ ସେ ନାଁ ଦେଇଥାଏଅପରାଧ କକ୍ଷ’୤ ସେହି ବେଡ଼୍ରୁମ୍ରେ ସେ, ଯେବେ ଇଚ୍ଛାହୁଏ, ମଦ ପିଏ, ସିଗାରେଟ୍ଟାଣେ, ସିଗାରେଟ୍ରେ ଗଞ୍ଜେଇ ମିଶାଇ ମଧ୍ୟ ଟାଣେସିଡ଼ି ଆଣି ଫିଲ୍ମ ସେହି ରୁମ୍ରେ ଦେଖେସେହି ରୁମ୍ରେ ତା କମ୍ପ୍ୟୁଟର ଟିଭି ଥାଏଦିନେ ଦିନେ ମଦ ଗ୍ଲାସ୍ଧୁଆ ହୋଇ ରହିଥାଏଆଇସ୍ଟ୍ରେ ବି ସଫା ହୋଇ ଥାଏଯେବେ ତା ମଦ ପିଇବାକୁ, ଗଞ୍ଜେଇ ଟାଣିବାକୁ ଇଚ୍ଛାହୁଏ, ସେହି ରୁମ୍ରେ ସେ ବସିଥାଏ ଏବଂ ସେହି ରୁମ୍ରେ ଶୋଇପଡ଼େ
ତେଣୁ ଦୁଇଟିଯାକ ଶୟନକକ୍ଷ ଏକ ଉଚ୍ଚଶିକ୍ଷିତା, ରୁଚିସମ୍ପନ୍ନା, ସୁନ୍ଦରୀ ନାରୀ ରହିବା ଉପଯୋଗୀ ନୁହେଁସେ କହିଲା, ତୁମେ ରହିପାରିବ ? ମୋର ରୁମ୍ପରିଷ୍କାର, ପରିଚ୍ଛନ୍ନ ନୁହେଁ, ତୁମକୁ ଭଲ ଲାଗି ପାରେ
ଅନୁପମା କହିଲା, ମୁଁ କହିଲି, ଚଳେଇନେବିଏବେ ଅନ୍ୟକିଛି ବାଟ ନାହିଁ
ପଢ଼ାପଢ଼ି କରୁଥିବା ଶୋଉଥିବା ରୁମ୍ରେ ରହିବାପାଇଁ ଅନୁପମାକୁ କହି ସେ ଅନ୍ୟ କୋଠରିକୁ ଯିବାକୁ ବାହାରିଲାରୁମ୍ଭିତର ଦେଖିଦେଇ ଅନୁପମା କହିଲା, ୟେ ? ଗତ ରାତିରେ ଏହି ବେଡ଼୍ରେ କାହାକୁ ଧର୍ଷଣ କରିଥିଲ କି ?
ଚମକି ପଡ଼ିଲା ସୁବ୍ରତତା ବେଡ଼୍ଅସଜଡ଼ା ହୋଇପଡ଼ିଥିଲାବେଡ଼୍କଭର ଜାକିଜୁକି ହୋଇ ପଡ଼ିଥିଲା, ତକିଆ ଦୁଇଟି ଏପଟ ସେପଟ ବେଡ଼୍ଉପରେ ତା ବହି, ଖବରକାଗଜ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲାଏମିତି ତା ପ୍ରତ୍ୟେକ ଜିନିଷ ଅସଜଡ଼ା ହୋଇ ପଡ଼ିଥାଏସୁବ୍ରତ ବେଡ଼୍ସଜାଡ଼ିବାକୁ ଉଦ୍ୟତ ହେଲାଅନୁପମା କହିଲା, ତୁମେ ଯାଅ, ମୁଁ ସଜାଡ଼ି ଦେବି
ସୁବ୍ରତ ସଫା ବେଡ଼୍ସିଟ୍ରଖିଥିବା ଜାଗା ଦେଖେଇଦେଲା ଏବଂ ସେ ରୁମ୍ରୁ ବାହାରି ଆସିଲା
କିଛି ସମୟ ପରେ ଧୁଆଧୋଇ ହୋଇ ଅନୁପମା ରୁମ୍ଭିତରୁ ସୁବ୍ରତର ଟ୍ରାଉଜର୍ ଟି-ସାର୍ଟ ପିନ୍ଧି ବାହାରିଲାସୁବ୍ରତର ପୋଷାକରେ ସେ ଭିନ୍ନ ଦିଶୁଥିଲାସୁବ୍ରତକୁ ପଚାରିଲା ରାତିରେ ଖାଇବା ?
ସୁବ୍ରତ ଅନ୍ୟ ବାଥ୍ରୁମ୍ରେ ଧୁଆଧୋଇ ହୋଇ, ପୋଷାକ ବଦଳେଇ ଦୁଇ କପ୍ଚାକରିସାରିଥିଲା ଏବଂ ବୈଠକଘରେ ଅନୁପମାକୁ ଅପେକ୍ଷା କରିଥିଲାଗୋଟିଏ କପ୍ଚାଧରି ସୋଫାରେ ତାସାମନାରେ ବସିପଡ଼ିଲା ଅନୁପମା
ସୁବ୍ରତ କହିଲା, ପାଖ ରେସ୍ତୋରାଁରେ ଖାଇନେବା
ସୁବ୍ରତ ସକାଳେ ବ୍ରେଡ଼୍‌-ଓମ୍ଲେଟ, ବ୍ରେଡ଼୍‌-କଦଳୀ, ମ୍ୟାଗି କିମ୍ବା ଚାଉମିନ୍କରି ଖାଏ ଏବଂ ଚାପିଇଥାଏଦିନେ ଦିନେ ପାଖ ରେସ୍ତୋରାଁରେ ବ୍ରେକ୍ଫାଷ୍ଟ କରିଦେଇ କାର୍ଆସିବାକୁ ଅପେକ୍ଷା କରେକମ୍ପାନୀର କ୍ୟାଣ୍ଟିନ୍ରେ ଲଞ୍ଚ କରିଦିଏରାତିରେ ରୋଷେଇ କରେ କିମ୍ବା ମନ ହେଲେ ରେସ୍ତୋରାଁରେ ଖାଇଦିଏଅନୁପମା କହିଲା, ମୁଁ ପୁଣି ଡ୍ରେସ୍ବଦଳେଇ ବାହାରକୁ ଯାଇପାରିବି ନାହିଁ
ସୁବ୍ରତ କହିଲା, ତେବେ ତୁମେ ଘରେ ଥାଅ, ମୁଁ ରେସ୍ତୋରାଁରୁ ନେଇଆସୁଛି
ଅନୁପମା ପଚାରିଲା, ତୁମେ ସବୁଦିନ ରାତିରେ ବାହାରକୁ ଖାଇବାକୁ ଯାଅ ? ସୁବ୍ରତ କହିଲା, ନା, ରୋଷେଇ କରେ
, ରୋଷେଇ ଜାଣିଛ ? ପଚାରିଲା ଅନୁପମା
ସୁବ୍ରତ କହିଲା, ରୁଟି, ଭାତ, ଡାଲି, ସନ୍ତୁଳା, ଡାଲମା ଅଣ୍ଡା ଓମ୍ଲେଟ୍
ଅନୁପମା ପଚାରିଲା ତୁମେ ରୁଟି ବେଲିଲେ, ରୁଟି ଭାରତ ମାନଚିତ୍ର ନା ଶ୍ରୀଲଙ୍କା ମାନଚିତ୍ର ପରି ହୁଏ ?
ସୁବ୍ରତ କହିଲା, ନା, ଜହ୍ନ ପରି କିମ୍ବା ତୁମ ମୁହଁ ପରି ହୁଏ
ସୁବ୍ରତ ପାଟିରୁ ଆପେ ଆପେ ଏହି ବାକ୍ୟ ବାହାରି ପଡ଼ିଲା ଏବଂ ସେ କହିସାରି ଭୁଲ୍କଲା ବୋଲି ଭାବୁଥିଲାଏବେ ଅନୁପମାର ପ୍ରତିକ୍ରିୟା ଭଲ ହେବ ନାହିଁ ବୋଲି ଆଶଙ୍କା କରୁଥିଲା
ଅନୁପମା ଆଖି ବଡ଼ ବଡ଼ କରି ଚାହିଁଲା ଏବଂ କହିଲା, ତୁମେ ବଡ଼ ରୋମାଣ୍ଟିକ୍‌, ମୁଁ ତୁମକୁ ଭାବୁଥିଲି ଶିଷ୍ଟ ନିରସ ଲୋକଟିଏ ହୋଇଥିବ
ଚାପିଇସାରିବା ପରେ ଅନୁପମା କହିଲା, ଆମେ ରୋଷେଇ କରିବାରୁଟି ସନ୍ତୁଳାତୁମେ ଅଟା ଚକଟି ଦଳିବ, ମୁଁ ପରିବା କାଟିବିତୁମେ ରୁଟି ବେଲିଦେବ, ମୁଁ ରୁଟି ସେକିବି ଏବଂ ସନ୍ତୁଳା କରିବି
ସୁବ୍ରତ ରାଜିହେଲା
ସୁବ୍ରତର ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଅଭ୍ୟାସସେ ଶଯ୍ୟାତ୍ୟାଗ କରି ପଢ଼ାପଢ଼ି କରେ କିମ୍ବା ଯେଉଁଦିନ ପଢ଼ାପଢ଼ି କରିବାକୁ ଇଚ୍ଛା ନହୁଏ, ପ୍ରାତଃ ଭ୍ରମଣରେ ବାହରିଯାଏସକାଳେ ସେ ଉଠିଲା ଏବଂ ତା ପଢ଼ିବାକୁ ଇଚ୍ଛା ହେଲାକିନ୍ତୁ ଅନୁପମା ଶୋଇଥିବା ଘରେ ବହି ଥିଲା ଏବଂ ଅନୁପମା କବାଟ ଖୋଲି ଥିଲାତେଣୁ ସେ ପ୍ରାତଃଭ୍ରମଣରେ ବାହାରିଗଲା
ପ୍ରାତଃଭ୍ରମଣରୁ ଫେରି ଦେଖିଲା, ଅନୁପମା ତାନିତ୍ୟକର୍ମ ସାରି ଦେଇଛିଗାଧୋଇସାରି ତାଡ଼୍ରେସ୍ବି ପିନ୍ଧିସାରିଛିସୁବ୍ରତକୁ ଦେଖି କହିଲା, ତୁମେ ବାଥ୍ରୁମ୍ରୁ ଆସମୁଁ ତୁମର ରୋଷେଇ ଘରେ କେଉଁଠି ଅଛି, ଦେଖିସାରିଛିବ୍ରେଡ଼୍‌, ବଟର ସହିତ କଦଳୀ ବ୍ରେକ୍ଫାଷ୍ଟ କରିଦେବାକଫି ପିଇବା
ସୁବ୍ରତ ଅନୁପମା ରାତିରେ ଶୋଇଥିବା ତାରୁମ୍କୁ ପଶି ଚିତ୍କାର କଲାପରି କହିଲା, ୟେ ?
ଅନୁପମା ଚମକି ପଡ଼ିଲାଭାବିଲା, ବୋଧହୁଏ ସେ କିଛି ମୂଲ୍ୟବାନ ଜିନିଷ ତାଅଲକ୍ଷ୍ୟରେ ଭାଙ୍ଗିଦେଇଛିପଚାରିଲା, ହେଲା ?
ସୁବ୍ରତ ତାରୁମ୍କୁ ଦେଖୁଥିଲାରାତିରେ ଶୋଇଲା ପୂର୍ବରୁ କିମ୍ବା ସକାଳୁ ଅନୁପମା ତାରୁମ୍କୁ ସଜାଡ଼ି ଦେଇଛିବହିଥାକରେ ବହି, ୱାର୍ଡ଼ରୋବ୍ରେ ତା ପ୍ୟାଣ୍ଟ୍ସାର୍ଟ, ଗୋଟିଏ କଡ଼ରେ ଖବରକାଗଜସଜଡ଼ାସଜଡ଼ି କଲାପରେ ରୁମ୍ ବହୁତ ଜାଗା ବଳିପଡ଼ୁଛି ଏବଂ ରୁମ୍ଟା ବଡ଼ ଦିଶୁଛିସୁବ୍ରତ କହିଲା, ସଜଡ଼ାସଜଡ଼ି କରିଦେଇଛ ?
ଅସୁବିଧା ହେଲା ? ମତେ ଅପରିଚ୍ଛନ୍ନ, ଅପରିଷ୍କାର ରହିବା ସ୍ଥାନ ଭଲ ଲାଗେନିମତେ ନିଦ ହୁଏନିଅନୁପମା କହିଲା
ଚଳିବକିନ୍ତୁ ବିଶୃଙ୍ଖଳ, ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ, ମୁଁ ଯେଉଁଠି ଯାହା ରଖିଥିବି, ପାଇଯିବିସଜାଡ଼ିଦେଲେ ମୁଁ ଖୋଜୁଥିବା ଜିନିଷ ପାଇବି ନାହିଁସୁବ୍ରତ କହିଲା
ଅନୁପମା କହିଲା, ଆଜି ଟିକେ କଷ୍ଟ କରସଞ୍ଜବେଳକୁ ଫେରିଲେ ପୁଣି ବିପର୍ଯ୍ୟସ୍ତ କରିଦେବ
ଅନୁପମା ଫଟ୍କିନା ହସିଦେଲାତା ମୁହଁ ବାଦଲ ପଛପଟେ ଲୁଚିଥିବା ଜହ୍ନ ବାହାରକୁ ଆସିଗଲା ପରି ଉଜ୍ଜ୍ବଳ ସୁନ୍ଦର ଦିଶିଲା
ପରଦିନ ଅଫିସ୍ରୁ ଫେରିଲାବେଳକୁ ଅନୁପମା ଚାବି ଭୁଲି ଥିଲାସେ ତାଫ୍ଲାଟ୍କୁ ଚାଲିଗଲା, ସୁବ୍ରତ ଆସିଲା ନିଜ ଫ୍ଲାଟ୍କୁ
ତାବେଡ଼୍ରୁମ୍କୁ ସଜାଡ଼ି ଦେଇଥିଲା ଅନୁପମାତାକୁ ଭଲ ଲାଗୁଥିଲାପୂର୍ବ ରାତିରେ ଅନୁପମା ପିନ୍ଧି ଶୋଇଥିବା ତା ଟ୍ରାଉଜର ଟି-ସାର୍ଟକୁ ସଫାକରି ଶୁଖେଇ ଦେଇଥିଲାସୁବ୍ରତ ଫେରିଲାବେଳକୁ ଟ୍ରାଉଜର ଟି-ସାର୍ଟ ଶୁଖିଯାଇଥିଲା

ଲୁଗା ଧୋଇବାକୁ ନେଇ ତନୁଜା ସହିତ ସୁବ୍ରତର ପ୍ରଥମ ଝଗଡ଼ା ହୋଇଥିଲା
ବିବାହ ହେବାର ପଞ୍ଚମ ଦିନତନୁଜା ସବୁଦିନ ଗାଧୋଇସାରି ନିଜ ଲୁଗା ବାଥ୍ରୁମ୍ରେ ପକେଇଦେଇ ଆସେସୁବ୍ରତର ମାଧୁଆଧୋଇ କରି ଶୁଖେଇଦିଅନ୍ତିଚାରିଦିନ ପରେ ପଞ୍ଚମ ଦିନ ତା ମାତନୁଜାଙ୍କୁ କହିଲେ, ତୁମ ନିଜ ଲୁଗା ନିଜେ ଧୁଅ, ନିଜେ ସଫା କର
ସେଦିନ ତନୁଜା ସୁବ୍ରତ ଆଗରେ ଅଭିଯୋଗ କଲାକହିଲା, ତୁମ ମାମୋତେ ଗାଳିଦେଲେ
ସୁବ୍ରତ ବିଶ୍ବାସ କଲା ନାହିଁତା ମାକେବେ ତାକୁ ବି ଗାଳି ଦେଇ ନାହାନ୍ତିପିଲାଦିନେ ଭୁଲ୍କଲେ ବୁଝେଇ ଦିଅନ୍ତିପଚାରିଲା, କାହିଁକି ଗାଳିଦେଲେ ?
ସେ କହିଲେ, ତୁମ ନିଜ ଲୁଗା ନିଜେ ଧୁଅ, ସଫାସଫି କର
ସୁବ୍ରତ କହିଲା, ଗାଳିଦେଲେ କୋଉଠି ? ନିଜ କାମ ନିଜେ କରିବା କଥାଆମ ଘରେ ସମସ୍ତେ ନିଜ ଲୁଗାପଟା ନିଜେ ସଫା କରନ୍ତିଏପରିକି ଏପର୍ଯ୍ୟନ୍ତ ବାପା ମଧ୍ୟ ନିଜ ଲୁଗା ନିଜେ ସଫା କରନ୍ତି
ତନୁଜା କହିଲା, ମୁଁ କିନ୍ତୁ ପିଲାଦିନରୁ ମୋ କାମ କରି ନାହିଁମୋ ଲୁଗାପଟା ମୁଁ ଧୋଇବା, ସଫା କରିବା ଜାଣେ ନାହିଁମୁଁ କରିପାରିବି ନାହିଁ
ତେବେ କିଏ କରିବ ? ସୁବ୍ରତ ପଚାରିଲା
ତନୁଜା କହିଲା, ଆମ ଘରେ ଚାକର, ଚାକରାଣୀ ଥିଲେବାପାଙ୍କର ପିଅନ ବି ଘରକୁ ଆସି କାମ କରିଯାଏ
ତନୁଜା ବାପା ପ୍ରଶାସନିକ ଅଧିକାରୀବିବାହ ସ୍ଥିର ହୋଇସାରିଥିଲା, ପରେ ଏହା ମଧ୍ୟ ସୁବ୍ରତ ଜାଣିଥିଲା, ତାଭାବୀ ଶ୍ବଶୁର ଜଣେ ଘୋର ଦୁର୍ନୀତିଗ୍ରସ୍ତ ଅଧିକାରୀ
ସୁବ୍ରତ କହିଲା, ଆମ ଘରେ ପିଲାଦିନୁ ନିଜ କାମ ନିଜେ କରିବା ଶିଖିଛୁଘରେ କେବେ ଚାକର ରହି ନାହିଁତନୁଜା କାନ୍ଦିଲାକାନ୍ଦି କାନ୍ଦି ତାମାକୁ ଫୋନ୍କଲାସୁବ୍ରତର ଉପସ୍ଥିତିରେ, ତାମାକୁ ସେ କହୁଥିଲା, ଏଠି ମତେ ସୁବ୍ରତର ମାଗାଳିଦେଲେ ସୁବ୍ରତ ଅପମାନ ଦଉଛି
ସୁବ୍ରତ ବୁଝିପାରୁ ଥିଲା ତାମାତାକୁ କେମିତି ଗାଳିଦେଲେସେ କେମିତି ଅପମାନ ଦେଲାତନୁଜା ସାମ୍ନାରୁ ସେ ଉଠିଆସିଲା
ଶନିବାର ଦିନ ସେମାନେ ଅଫିସ୍ରୁ ଫେରିଲାବେଳେ, ତୃତୀୟ କର୍ମଚାରୀ ଜଣକ ଅଫିସ୍କାର୍ରୁ ଓହ୍ଲେଇଗଲା ପରେ, ଦୁହେଁ ଆପାର୍ଟମେଣ୍ଟକୁ ଆସୁଥିଲାବେଳେ ଅନୁପମା ସୁବ୍ରତକୁ ପଚାରିଲା, ତୁମେ ରବିବାର ଦିନ କର ?
ସୁବ୍ରତ ରବିବାର ଦିନ କିମ୍ବା ଅନ୍ୟ ଛୁଟିଦିନରେ ଟିକେ ବିଳମ୍ବରେ ଶଯ୍ୟାତ୍ୟାଗ କରେ, ସେଦିନ ଲଞ୍ଚ୍ପାଇଁ ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରେ କିମ୍ବା ନିଜେ ବ୍ରେକ୍ଫାଷ୍ଟ୍କରେଖବରକାଗଜରେ ସ୍ବତନ୍ତ୍ର ସଂଖ୍ୟା ପଢ଼ୁପଢ଼ୁ ପୁଣି ଶୋଇଯାଏ ଏବଂ ରେସ୍ତୋରାଁରେ ଲଞ୍ଚ୍କରିଦିଏ, ପଢ଼େ କିମ୍ବା ଘରେ ସିଡ଼ି ଆଣି ଫିଲ୍ମ ଦେଖେ କିମ୍ବା କୁଆଡ଼େ ବୁଲି ଚାଲିଯାଏସେ କହିଲା, ସେମିତି କିଛି କରେ ନାହିଁ, ବିଶ୍ରାମ ନିଏପଚାରିଲା, ତୁମେ କର ?
ଅନୁପମା କହିଲା, ମୁଁ ବିଳମ୍ବରେ ଶଯ୍ୟାତ୍ୟାଗ କରେବ୍ରେକ୍ଫାଷ୍ଟ ପରେ ଶୋଇଯାଏଅଫିସ୍କାମ ଥିଲେ କରେ
ଅଫିସ୍କାମ କର ? ସୁବ୍ରତ ଆଶ୍ଚର୍ଯ୍ୟ ହେଲା
ଅସୁବିଧା ? ଅନୁପମା ପଚାରିଲା
ଅସୁବିଧା ନାହିଁ ଯେ, କିନ୍ତୁ ଅଫିସ କାମରୁ ମୁକ୍ତ ହେବାପାଇଁ କମ୍ପାନୀ ସପ୍ତାହରେ ଗୋଟିଏ ଦିନ ଛୁଟି ଦିଏସେଦିନ ବି ଅଫିସ କାମ ?
ମୋର ସବୁକାମ ମଠ ମୋର କାମ ବାକି ରହିଯାଏମତେ ଘରେ ରାତିରେ ଏବଂ ଛୁଟିଦିନରେ ବି ଅଫିସ କାମ କରିବାକୁ ହୁଏପ୍ରକୃତରେ ମୁଁ ଆଶ୍ଚର୍ଯ୍ୟାନ୍ବିତ ହୁଏ, ତୁମେ କେମିତି ତୁମର ସବୁ କାମ ଅଫିସ ସମୟ ଭିତରେ ସାରିଦିଅଅନୁପମା କହିଲା
ଆପାର୍ଟମେଣ୍ଟ୍ପାଖରେ ଓହ୍ଲେଇଲାବେଳେ ଅନୁପମା କହିଲା, କାଲି ଛୁଟିଦିନ ସାଙ୍ଗହୋଇ କଟେଇ ହେବମୋ ଫ୍ଲାଟ୍ରେ କିମ୍ବା ତୁମ ଫ୍ଲାଟ୍ରେ କହୁଛି ?
ସୁବ୍ରତ କହିଲା, କିମ୍ବା ବାହାରକୁ କୁଆଡ଼େ ବୁଲି ଯାଇହେବଅନୁପମା କହିଲା, ଦେଖିବା

ସୁବ୍ରତ ଫ୍ଲାଟ୍ରେ ଦୁହେଁ ରାତି କଟେଇବାର ଚାରିମାସ ହୋଇଯାଇଥିଲାଏହି ଚାରିମାସ ଭିତରେ ସବୁ ଛୁଟିଦିନ ସେମାନେ ସାଙ୍ଗହୋଇ କଟେଇଛନ୍ତିସୁବ୍ରତର ଫ୍ଲାଟ୍ରେ କିମ୍ବା ଅନୁପମାର ଫ୍ଲାଟ୍ରେ ସାଙ୍ଗହୋଇ ରୋଷେଇ କରିଛନ୍ତିତିନିଥର ବାହାରକୁ ବୁଲିଯାଇଛନ୍ତି ଏବଂ ରେସ୍ତୋରାଁରେ ଖାଇଛନ୍ତିଛୁଟିଦିନ ଥିଲେ ବି କେତେଥର ଅଫିସ୍ରୁ ଫେରିଲା ପରେ ଜଣଙ୍କ ଘରେ ବସି ଚାପିଇଛନ୍ତି ଏବଂ ରାତ୍ରିଭୋଜନ ମଧ୍ୟ ରାନ୍ଧିଛନ୍ତିଅବଶ୍ୟ ରାତ୍ରିଭୋଜନ ପରେ ନିଜ ନିଜର ଫ୍ଲାଟ୍ରେ ଶୋଇଛନ୍ତି
ଭଲ ସାଦା ଖାଦ୍ୟ ଖାଇବାକୁ ଦୁହେଁ ଯାଇଥିଲେହରେକୃଷ୍ଣ ରେସ୍ତୋରାଁ’୤ ସେହି ରେସ୍ତୋରାଁ ପାଖରେ ରାସ୍ତାକଡ଼ରେ ଗୋଟିଏ ଲୋକ ପୁରୁଣା ବହି ବିକ୍ରୀ କରୁଥିଲାସେଠି ଅଟକିଗଲା ସୁବ୍ରତ ଏବଂ ବହି ଦେଖିବାରେ ଲାଗିଲାବେଶ୍କିଛି ସମୟ କଟିଗଲା ପରେ ତା ମନେପଡ଼ିଲା ତାସାଙ୍ଗରେ ଅନୁପମା ଅଛିଅନୁପମା କିଛି ଦୂରରେ ଗୋଟିଏ ଗଛମୂଳେ ଛିଡ଼ାହୋଇ ତାକୁ ଅପେକ୍ଷା କରିଥିଲାସେ ତାପାଖକୁ ଚାଲିଆସି କହିଲା, ସରି
ଦୁହେଁ ରେସ୍ତୋରାଁକୁ ଆସିଲେ ଏବଂ ଗୋଟିଏ ଟେବୁଲ ପାଖରେ ବସି ଖାଦ୍ୟ ବରାଦ କଲେଅନୁପମା ପଚାରିଲା, ତୁମକୁ ପୁରୁଣା ବହି ଦେଖିବାକୁ ଭଲ ଲାଗେ ?
ସୁବ୍ରତ କହିଲା, ବହି ପଢ଼ିବା ମୋର ଅଭ୍ୟାସଚାକିରି କଲା ପୂର୍ବରୁ ମୁଁ ପୁରୁଣା ବହି ବିକ୍ରୀ ହେଉଥିବା ଦୋକାନରୁ କିଣୁଥିଲିକାରଣ ମୁଁ ଏତେ ବହି କିଣୁଥିଲି ଯେ, ନୂଆ ବହି କିଣିବାକୁ ମୋ ପାଖରେ ଟଙ୍କା ଥିଲାଏବେ ମଧ୍ୟ ପୁରୁଣା ବହି ବିକ୍ରୀ ହେଉଥିବା ଦୋକାନ ଦେଖିଲେ ମୁଁ ଅଟକିଯାଏକାରଣ, ଅନେକ ମୂଲ୍ୟବାନ ପୁସ୍ତକ ଅଛି ଯାହା ବଜାରରେ ମିଳେ ନାହିଁ, ହୁଏତ ଛାପା ହେଉ ନାହିଁପୁରୁଣା ବହି ଦୋକାନରେ ସେହିସବୁ ପୁସ୍ତକର ପୁରୁଣା ସଂସ୍କରଣ ମିଳିଯାଇପାରେ
ସୁବ୍ରତ କହିସାରି ପଚାରିଲା, ତୁମେ ବହିକୁ ଘୃଣା କର ?
କାହିଁକି ଘୃଣା କରିବି ? ବହିକୁ ପୁଣି ଘୃଣା ? ସୁବ୍ରତର ଏପରି ଏକ ପ୍ରଶ୍ନରେ ଆଶ୍ଚର୍ଯ୍ୟ ହେଉଥିଲା ଅନୁପମା, ସେ ଓଲଟା ପ୍ରଶ୍ନ କଲା
ସୁବ୍ରତର ବିବାହ ନବମ ଦିନସୁବ୍ରତ ଅଫିସ୍ରୁ ଫେରି ଦେଖିଲା, ତାରୁମ୍ରେ ଥିବା ବହି ନାହିଁବହିଥାକ ସବୁ ସଫା, ବହିଥାକରେ ଅଛି ବିଭିନ୍ନ ପ୍ରସାଧନ ସାମଗ୍ରୀଆଠ ଦଶ ପ୍ରକାରର ନେଲ୍ପଲିସ୍‌, ଲିପ୍ଷ୍ଟିକ୍ଇତ୍ୟାଦିସେ ତନୁଜାକୁ ପଚାରିଲା, ମୋ ବହି ?
ତନୁଜା କହିଲା, ବହିସବୁ ମୁଁ ବସ୍ତାରେ ବାନ୍ଧି ଷ୍ଟୋର୍ରୁମ୍ରେ ପକେଇ ଦେଇଛି
ଷ୍ଟୋର ରୁମ୍ରେ ବସ୍ତା ଭିତରେ ବହି ! ସୁବ୍ରତ ଆଶ୍ଚର୍ଯ୍ୟ ହେଲା
ଘରେ ବହି ରହିବ ନାହିଁତନୁଜା କହିଲା
ତେବେ ରହିବ ? ସୁବ୍ରତ ପଚାରିଲା
ମୋର କସ୍ମେଟିକ୍ସ, ଜୋତା-ତନୁଜା କହିଲା
ସୁବ୍ରତ ଦେଖୁଥିଲା ବହିଥାକର ତଳ ଦୁଇଥାକ ଜୋତା ଭର୍ତ୍ତି, କିନ୍ତୁ ସଚେତନ ଥିଲାଏବେ ଜୋତା ଆଡ଼କୁ ଚାହିଁଲା, ପନ୍ଦରରୁ କୋଡ଼ିଏ ହଳ ହେବତାମୁଣ୍ଡ କାମ କରୁ ଥିଲା, ସେ ଗଣିପାରିଲା ନାହିଁ
ସୁବ୍ରତ ପଚାରିଲା, ମୁଁ ତେବେ ପଢ଼ିବି କେମିତି ?
ପଢ଼ିବା ଦରକାର ? ପାଠ ପଢ଼ିଥିଲ, ଚାକିରୀ କଲଏବ ପୁଣି ପଢ଼ିବା ଦରକାର ? ତନୁଜା ଓଲଟା ପ୍ରଶ୍ନ କଲା
ତୁମେ କରିବ ? ମାନେ, ତୁମକୁ କରିବାକୁ ଭଲ ଲାଗେ ? ପ୍ରଶ୍ନ କଲା ସୁବ୍ରତ
ମୁଁ ତୁମର ସ୍ତ୍ରୀ, ତୁମର ସ୍ତ୍ରୀ ହୋଇ ରହିବିମତେ କିଣାକିଣି କରିବାକୁ ଭଲ ଲାଗେ, ବଜାରରେ ବୁଲିବାକୁ, ବିଭିନ୍ନ ସାମଗ୍ରୀ ଦେଖିବାକୁ ଭଲ ଲାଗେ, ବୁଲି ବୁଲି ହୋଟେଲରେ ଖାଇବାକୁ ଭଲ ଲାଗେତନୁଜା କହିଲା
ସୁବ୍ରତ ଚାହିଁଲା ତନୁଜାର ପ୍ରସାଧନ ସାମଗ୍ରୀ ଜୋତାଆଡ଼କୁମନେ ମନେ କଳନା କଲା, ତନୁଜାର ପ୍ରସାଧନ ସାମଗ୍ରୀ ଜୋତା କିଣାକୁ ହୁଏତ ତା ଦରମା ନିଅଣ୍ଟ ହେବ, ପୁଣି ତା କିଣାକିଣି କରିବା, ବୁଲାବୁଲି କରିବା, ହୋଟେଲରେ ଖାଇବାରେ ସଉକ !
ଅନୁପମା ପୁରୁଣା ବହିଗଦା ପାଖରେ ସୁବ୍ରତ ପାଖରେ ଛିଡ଼ା ହୋଇ କିଛି ଦୂରରେ ଗୋଟିଏ ଗଛମୂଳେ ଛିଡ଼ାହୋଇଥିବା ଦେଖି ସେ ବୋଧହୁଏ ଭାବିଲା ତା ବହି ପ୍ରତି ଘୃଣା ଥିବସେ କହିଲା, ବହିକୁ କେବେ କୌଣସି ଶିକ୍ଷିତ ବ୍ୟକ୍ତି ଘୃଣା କରିପାରିବ ? ମୋର ବାପା ପୁସ୍ତକପ୍ରିୟନୂଆ ବହିଟିଏ ଦେଖିଲେ ସେ ବହୁତ ଖୁସି ହୋଇଯାଆନ୍ତିମତେ ମଧ୍ୟ ଭଲ ଲାଗେବାପାଙ୍କ ବହିପତ୍ର ମୁଁ ସଜାଡ଼ି ରଖେ, ମଝିରେ ମଝିରେ ଝଡ଼ାଝଡ଼ି କରେମୁଁ ଅବଶ୍ୟ ମୋର ପାଠ୍ୟପୁସ୍ତକ ପଢ଼େ, କେତେବେଳେ କେମିତି ଉପନ୍ୟାସ କିମ୍ବା ଗପବହି ପଢ଼େକିନ୍ତୁ ତୁମ ପରି କିମ୍ବା ମୋ ବାପାଙ୍କ ପରି ନିଜକୁ ପୁସ୍ତକ ପ୍ରେମୀ ବୋଲି ଦାବି କରିପାରିବି ନାହିଁ
ହୋଟେଲ ବୟ ଦୁହିଁଙ୍କୁ ସୁପ୍ଦେଇଗଲାସୁପ୍ଚାମଚେ ପାଟିକୁ ନେଇ ସୁବ୍ରତ ପଚାରିଲା, ତୁମେ ବିବାହ କାହିଁକି କରୁନ ?
ଅନୁପମା କହିଲା, ମୁଁ ବିବାହ କରିବି ନାହିଁ ବୋଲି ସ୍ଥିର କରିଛିକାରଣ, ମୁଁ ଅଳସୁଆନିଜପାଇଁ ରୋଷେଇ କରିବାକୁ ମତେ କଷ୍ଟ ଲାଗେଆଉ ଜଣକୁ ରୋଷେଇ କରିଦେବା ମୋ ପାଇଁ ଅସମ୍ଭବଦ୍ବିତୀୟରେ ମୁଁ ବହୁତ ରାଗୀ ଚିଡ଼ିଚିଡ଼ା ସ୍ବଭାବରମୁଁ ଯାହା ଚାହେଁ ତାହା କରିବାକୁ ଚେଷ୍ଟାକରେକେହି ମୋ କାମରେ ହସ୍ତକ୍ଷେପ କଲେ କିମ୍ବା ଅନୁକୂଳ ମନ୍ତବ୍ୟ ଦେଲେ ମୁଁ ଚିଡ଼ିଯାଏସ୍ବାମୀ ସହିତ ସଂସାର କରିବା ସହଜ କାମ ନୁହେଁ, ଅନ୍ତତଃ ମୋ ପାଇଁ
ସୁବ୍ରତ କହିଲା, ତୁମେ ଠିକ୍କହୁନତୁମେ ଅଳସୁଆ ନୁହଁଅଳସୁଆ ହୋଇଥିଲେ ତୁମର ଏତେ ଭଲ କ୍ୟାରିୟର୍ ଥାନ୍ତାଅଫିସ କାର୍ଯ୍ୟ ବି ସୁଚାରୁରୂପେ ସମ୍ପାଦନ କରୁଛଭଲ ରୋଷେଇ ବି କରୁଛଏହି କେତେଦିନ ହେଲା ଆମେ ଆମିଷ, ନିରାମିଷ ବ୍ୟଞ୍ଜନ କରିଛେ….
ଆମେ କରିଛେ, ମୁଁ ଏକା କରିନିକହିଲା ଅନୁପମା
ଅବଶ୍ୟକିନ୍ତୁ ତୁମେ ଅଳସୁଆ ନୁହଁଏହି କେତେଦିନ ହେଲା ତୁମେ ଥରୁଟିଏ ବି ରାଗିନ କିମ୍ବା ଚିଡ଼ିନମେନ ମନେ ଯଦି ରାଗିଥାଅ କିମ୍ବା ଚିଡ଼ିଥାଅ ପ୍ରକାଶ କରିନ, ଚିଡ଼ିଚିଡ଼ା ସ୍ବଭାବ ହୋଇଥିଲେ ଏତେଦିନ ଭିତରେ ଥରୁଟିଏ ଅନ୍ତତଃ ତୁମେ ରାଗିଥାଆନ୍ତସୁବ୍ରତ କହିଲା
ଦୁହେଁ ସୁପ୍ଖାଇସାରିଥିଲେହୋଟେଲ ବୟ ସୁପ୍ବାଉଲ ନେଇଗଲା ଏବଂ ଖାଦ୍ୟ ପରଶି ଦେଇଗଲା
ଅନୁପମା କହିଲା, ମତେ ଏବେ ଘରଲୋକେ ଦେଖିଲେ ବିଶ୍ବାସ କରି ପାରିବେନିପ୍ରକୃତରେ ମୁଁ ବହୁତ ରାଗୀ ଚିଡ଼ିଚିଡ଼ା ସ୍ବଭାବର ଥିଲିମୋର ଅଲକ୍ଷ୍ୟରେ ମୋର ବହୁତ ପରିବର୍ତ୍ତନ ହୋଇଯାଇଛି
ହରେକୃଷ୍ଣ ରେସ୍ତୋରାଁରେ ଖାଦ୍ୟ ସୁସ୍ବାଦୁ ହୋଇଥିଲାଦୁହେଁ ଖାଦ୍ୟ ଉପଭୋଗ କରି ଖାଉଥିଲେଅନୁପମା କିଛି ସମୟ ଗମ୍ଭୀର ଚିନ୍ତାକରି କହିଲା, ମୁଁ କାହା ପ୍ରେମରେ ପଡ଼ି ଥିଲି, ମୋ ଭିତରେ ଭଲପାଇବା ଥିଲାମୁଁ ମୋର ପାଠ୍ୟପୁସ୍ତକ, ଡିଗ୍ରୀ କ୍ୟାରିୟର୍ଭିତରେ ରହିଯାଇଥିଲି, କିନ୍ତୁ ଏବେ ମୋ ହୃଦୟରେ ଭଲପାଇବା ଆସିଯାଇଛିଏବେ ଜଣକର ପ୍ରେମରେ ପଡ଼ିଯାଇଛିବୋଧହୁଏ ତାହା ହିଁ ପରିବର୍ତ୍ତନର ଲକ୍ଷଣକିନ୍ତୁ ମୁଁ ବିବାହ ବନ୍ଧନରେ ବାନ୍ଧିହୋଇ ରହି ପାରିବିନି, ବନ୍ଧନକୁ ମୋର ପ୍ରବଳ ଭୟତା କାରଣ ମୁଁ କହିପାରିବି ନାହିଁ
ସୁବ୍ରତ ପଚାରିଲା ନାହିଁ, କାହା ପ୍ରେମରେ ସେ ପଡ଼ିଯାଇଛି, କାହାପ୍ରତି ତା ଭଲପାଇବା
ସେମାନେ ଖାଇସାରିଥିଲେଆଇସ୍କ୍ରିମ୍ବରାଦ କରିଥିଲେଅନୁପମା ପଚାରିଲା, ତୁମେ କାହିଁକି ବିବାହ କରୁନ ?
ସୁବ୍ରତ କହିଲା, ମୁଁ ବିବାହ କରିଛି
ଅନୁପମା ବିଶ୍ବାସ କରିପାରୁ ଥିଲାସୁବ୍ରତ ପାଖରେ ବିବାହର ଚିହ୍ନବର୍ଣ୍ଣ ସେ ଦେଖୁ ଥିଲାପଚାରିଲା, ତୁମେ ବିବାହ କେବେ କଲ ? ତୁମର ସ୍ତ୍ରୀ ?
ସୁବ୍ରତ କହିଲା, ମୁଁ ବିବାହ କରିଥିଲିସେ ଝିଅର ନାମ ତନୁଜାବିବାହର ପଞ୍ଚମ ଦିନରେ ଆମର ପ୍ରଥମ ଝଗଡ଼ା ହେଲା, ନବମ ଦିନରେ ଝଗଡ଼ା ଘନୀଭୂତ ହେଲା, ପନ୍ଦର ଦିନରେ ଆମ ଘର ଛାଡ଼ି ସେ ତାବାପଘରକୁ ଚାଲିଗଲାମାସକ ଭିତରେ ସେ ମୋ ନାମରେ ତାକୁ ଅତ୍ୟାଚାର କରୁଛି, ନିର୍ଯ୍ୟାତନା ଦେଉଛି ବୋଲି ଅଭିଯୋଗ କଲାତିନିମାସ ଭିତରେ ସବୁ ଫଇସଲା ହୋଇଗଲାଆମକୁ ଡିଭୋର୍ସ ମିଳିଗଲାଅବଶ୍ୟ ମତେ ଏକ ମୋଟାଅଙ୍କର ଅର୍ଥ ଦେବାକୁ ହେଲାସେଥିପାଇଁ ମତେ ମୋର କମ୍ପାନୀ ଛାଡ଼ିବାକୁ ହେଲାମୁଁ ଏହି କମ୍ପାନୀରେ ଯୋଗଦେଲି ଏବଂ ଏହି ସହରକୁ ଆସିଲି
ଦୁହେଁ ନୀରବରେ ଆଇସ୍କ୍ରିମ ଖାଉଥିଲେଅନୁପମା ବିବାହ ବିଚ୍ଛେଦର କାରଣ ପଚାରୁ ଥିଲାସେ କହିଲା, ତୁମେ ସମଲିଙ୍ଗୀ ପୁରୁଷ କିମ୍ବା ନପୁଂସକ ନୁହଁ ?
ସୁବ୍ରତ ବିଲ୍ପେମେଣ୍ଟ କରିସାରି କହିଲା, ମୁଁ ସମଲିଙ୍ଗୀ ପୁରୁଷ ହୋଇଥିଲେ ଏତେଦିନର ମିଳାମିଶା ଭିତରେ ବୋଧହୁଏ ତୁମପରି ଜଣେ ବୁଦ୍ଧିମତୀ ଝିଅ ଜାଣିପାରିଥାନ୍ତାନପୁଂସକ କି ନୁହେଁ ତୁମେ ଚାହିଁଲେ ପରୀକ୍ଷା ନେଇପାରିବ

ପାଞ୍ଚବର୍ଷ ହେଲା ଦୁହେଁ ଗୋଟିଏ ଫ୍ଲାଟରେ ରହୁଛନ୍ତିମୁଖ୍ୟତଃ ସେମାନଙ୍କର ତିନୋଟି ସର୍ତ୍ତ :
. କମ୍ପାନୀ ଦୁଇଜଣଙ୍କ ପାଇଁ ଦୁଇଟି ଫ୍ଲାଟ୍ ଭଡ଼ା ଦେଉଛିଯେହେତୁ ଦୁହେଁ ଗୋଟିଏ ଫ୍ଲାଟ୍ରେ ରହୁଛନ୍ତି, ଅନ୍ୟ ଫ୍ଲାଟ୍ବାବଦକୁ ମିଳୁଥିବା ଭଡ଼ା ଦୁହେଁ ଦୁହିଁଙ୍କପାଇଁ ଖର୍ଚ୍ଚ କରିବେ
. ସେମାନେ ବିବାହ କରିବେ ନାହିଁ
. ଯେତେବେଳେ ଜଣେ ଚାହିଁବ ସେମାନେ ଅଲଗା ହୋଇଯିବେ, ଅନ୍ୟ ଜଣେ ପ୍ରତିରୋଧ କରିବ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିବନ୍ଧକ ହେବ ନାହିଁ
ଏହି ତିନୋଟି ସର୍ତ୍ତ ଥିଲା ଅଲିଖିତସୁବ୍ରତ ସିଗାରେଟ, ଗଞ୍ଜେଇମିଶା ସିଗାରେଟ୍ଟାଣିବା ଛାଡ଼ିଦେଇଛିକାରଣ, ଅନୁପମା ସିଗାରେଟ୍ଗନ୍ଧ ସହି ପାରେନିମଦ୍ୟପାନ ବି କମେଇ ଦେଇଛିଅନୁପମା ରଗାରଗି କରିବା, ଚିଡ଼ିବା ସୁବ୍ରତ ପ୍ରତ୍ୟକ୍ଷ କରୁ ନାହିଁଦୁହିଁଙ୍କ ଭିତରେ ଯେ ରାଗରୁଷା ହେଉ ନାହିଁ ତାହା ନୁହେଁ, ଦିନେ ଦିନେ ହୋଇଯାଉଛିତୃତୀୟ ସର୍ତ୍ତ ଅନୁସାରେ କାଳେ ଅନ୍ୟଜଣେ ଅଲଗା ହୋଇଯିବାକୁ ଚାହିଁବ, ରାଗରୁଷା ବେଶୀ ଦୂରକୁ ଯାଉ ନାହିଁସେଥିପାଇଁ ଦୁହେଁ ସତର୍କ ରହୁଛନ୍ତି